Advertisement
trendingPhotos2228762
photoDetails1hindi

Today Horoscope: ବ୍ୟବସାୟରେ ଲାଭ ସହ ଶୁଭଫଳ ପାଇବେ ଏହି ସବୁ ରାଶି, ଜାଣନ୍ତୁ ଆଜିର ରାଶିଫଳ

Horoscope Today 1 May 2024: ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ମୋଟ ୧୨ଟି ରାଶିର ବର୍ଣ୍ଣନା କରାଯାଇଛି । ପ୍ରତ୍ୟେକ ରାଶିର ଜଣେ ଅଧିପତି ଗ୍ରହ ରହିଥାଏ । ଗ୍ରହ ଓ ନକ୍ଷତ୍ରଗୁଡିକର ଗତି ଦ୍ୱାରା ରାଶିଫଳ ଗଣନା କରାଯାଏ । ଆଜି ଅର୍ଥାତ ମେ ୧ ହେଉଛି ବୁଧବାର । ଆସନ୍ତୁ ଜାଣିବା ଆଜି କେଉଁ ରାଶିର ଲୋକଙ୍କ ପାଇଁ ଦିନଟି ଭଲ କଟିବ ଓ କେଉଁ ରାଶିର ଲୋକଙ୍କୁ ଅତି ସାବଧାନତାର ସହ ଚଳିବାକୁ ପଡ଼ିବ...

 

1/12

ମେଷ: ଆଜି ମାନସିକ ଶାନ୍ତି ଅନୁଭବ କରିବେ। ପୂଜାର୍ଚ୍ଚନାରେ ସମୟ ବିତିବା ସହ ଧାର୍ମିକ ସ୍ଥାନକୁ ଯାତ୍ରା କରିପାରନ୍ତି।  ସ୍ୱାସ୍ଥ୍ୟକୁ ନେଇ ଲାଗି ରହିଥିବା ସମସ୍ୟା ଦୂର ହେବ।  ପରକଥାରେ ପଡି ନିଜ ବନ୍ଧୁଙ୍କ ସହ କଳହ ସୃଷ୍ଟି ହୋଇପାରେ। 

 

2/12

ବୃଷ: ବ୍ୟସାୟୀମାନଙ୍କ ପାଇଁ ଦିନଟି ଏତେ ଖାସ୍ ରହିବ ନାହିଁ । କାହିଁକିନା ବ୍ୟବସାୟରେ ବିଶେଷ ଲାଭ ମିଳିବ ନାହିଁ । କୌଣସି ନଜ ଲୋକଙ୍କ ସହିତ କଳହ ହୋଇପାରେ । ଯେଉଁବ୍ୟକ୍ତି ବିଶେଷମାନେ ଟୁରିଜିମ୍, ରିସର୍ଚ୍ଚ ଓ ପ୍ରଶାସନିକ କ୍ଷେତ୍ରରେ ଜଡି଼ତ  ସେମାନଙ୍କ ପାଇଁ ଦିନଟି ବେଶ୍ ମଙ୍ଗଳମୟ ରହିବ। ଦୂରଯାତ୍ରାରୁ ଶୁଭଫଳ ମିଳିପାରେ। 

 

3/12

ମିଥୁନ: ସମାଜସେବୀମାନେ କୌଣସି ଏକ ଅନୁଷ୍ଠାନରେ ଯୋଗଦେଇ ସମ୍ମାନୀତ ହୋଇପାରନ୍ତୁ। ଆଜି ଦିନରେ ବ୍ୟବସାୟୀ -ମାନଙ୍କର ଲୋକସମ୍ପର୍କ ବୃଦ୍ଧି ପାଇବା ସହ ଆଶାତୀତ ଲାଭ ପାଇବେ । ଆକସ୍ମିକ ଧନ ପ୍ରାପ୍ତି ଯୋଗ ରହିଛି । ଏବଂ ଦୀର୍ଘ ଦିନରୁ ଅଟକିଥିବା କାର୍ଯ୍ୟ ପୂର୍ଣ୍ଣ ହେବ।

 

4/12

କର୍କଟ: କୌଣସି ପୁରୁଣା ବିବାଦକୁ ନେଇ ପରିବାରର ଝଡ଼ ଉଠିବ । ଯାହାକୁ ନେଇ ବୈବାହିକ ଜୀବନ ପ୍ରଭାବିତ ହେବ।  ଦୁଃଖିଲୋକଙ୍କୁ ସାହାରା ପାଲଟିବେ। ବ୍ୟବସାୟ କ୍ଷେତ୍ରରେ କ୍ଷତି ସହିପାରନ୍ତି। ଯାତ୍ରା ବେଳେ ସତର୍କତା ଅବଲମ୍ବନ କରନ୍ତୁ। 

 

5/12

ସିଂହ: କଳା, ସାହିତ୍ୟ ଓ ସଙ୍ଗୀତ କ୍ଷେତ୍ରରେ ଜଡି଼ତ ବ୍ୟକ୍ତି ବିଶେଷଙ୍କ ପାଇଁ ଦିନଟି ବେଶ୍ ଅନୁକୂଳ ରହିବ। ପ୍ରତ୍ୟକ କାର୍ଯ୍ୟରେ ଏମାନେ ସଫଳତା ପ୍ରାପ୍ତ କରିବେ। କର୍ମକ୍ଷେତ୍ରରେ ସମ୍ମାନ ବୃଦ୍ଧି ହେବ।  ଆଶା କରୁଥିବା ଦିଗରୁ ଧନ ପ୍ରାପ୍ତି ହୋଇପାରେ। ପଡୋଶୀମାନେ ଆଗରେ ପ୍ରଶଂସା କରି ପଛରେ ଆପଣଙ୍କର ନିନ୍ଦା କରିପାରନ୍ତି ।

 

6/12

କନ୍ୟା: ବ୍ୟବସାୟରେ ଆଶାତୀତ ସଫଳତା ପ୍ରାପ୍ତ କରିବେ। ବିଦ୍ୟାର୍ଥୀମାନ ପାଠପଢାରେ ମନୋନିବେଶ କରିବେ । ସନ୍ତାନର ପ୍ରାପ୍ତିର ଖବର ପାଇ ମନ ପ୍ରଫୁଲ୍ଲିତ ରହିବ।  ନିଜର ଉପସ୍ଥିତ ବୁଦ୍ଧି ଖଟାଇ ସମସ୍ତ ପରିସ୍ଥିତିର  ମୁକାବିଲା କରିବେ ।

 

7/12

ତୁଳା: କାର୍ଯ୍ୟାଳୟରେ ସହକର୍ମୀଙ୍କ ଠାରୁ ସାହାଯ୍ୟ-ସହଯୋଗ ପାଇବେ।  ସାମାଜିକରେ ମାନ ସମ୍ମାନ ବୃଦ୍ଧି ପାଇବ। ରାଜନୈତିକ ବ୍ୟକ୍ତି ବିଶେଷଙ୍କ ପାଇଁ ଦିନଟି ଖୁବ୍ ଭଲ ରହିବ। ଦୂରଯାତ୍ରା କରି ମନ ବେଶ୍ ଖୁସି ରହିବ ।

 

8/12

ବିଛା: ନିଜ ବନ୍ଧୁଙ୍କ ଠାରୁ ସୁସମ୍ବାଦ ପାଇବେ।  କାର୍ଯ୍ୟକ୍ଷେତ୍ରରେ ଉନ୍ନତି ଦେଖିବାକୁ ମିଳିବ। ବଡ଼ ବ୍ୟବସାୟ ନେଇ ଡ଼ିଲ୍ ହୋଇପାରେ। ଅଚାନକ କୌଣସି କଥାକୁ ନେଇ ମନୋଭାବ ଖରାପ ହୋଇପାରେ। ମାତାପିତାଙ୍କ ସେବା କରନ୍ତୁ ।

9/12

ଧନୁ: ନୂତନ ବ୍ୟବସାୟ ଆରମ୍ଭ କରିବା ପାଇଁ ଦିନଟି ଅନକୂଳ ରହିଛି। ସ୍ୱାସ୍ଥ୍ୟରେ ଅବନତି ଦେଖାଯିବାରୁ ମନ ଖରାପ୍  ରହିବ। ରାଜନୀତି କ୍ଷେତ୍ରରେ ଜଡି଼ତ ଥିବା ବ୍ୟକ୍ତି କର୍ମକ୍ଷେତ୍ରରେ ସମ୍ମାନୀତ ହୋଇପାରନ୍ତି। 

 

10/12

ମକର: କୌଣସି ଏକ ମାଙ୍ଗଳିକ କାର୍ଯ୍ୟରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ସୁସ୍ବାଦୁ ଭୋଜନ କରିବେ। ନିଜ ବନ୍ଧୁଙ୍କ ସହ ଦୂରସ୍ଥାନକୁ ଯାତ୍ରା କରିପାରନ୍ତି। ବ୍ୟବସାୟରେ ଲାଭ ପାଇବାରୁ ଘର ପାଇଁ ନୂତନ ଦ୍ରବ୍ୟ କ୍ରୟ କରିବେ। 

11/12

କୁମ୍ଭ:  ଆର୍ଥିକ ସ୍ଥିତିରେ ସୁଧାର ଆସିବା ସହ ଲାଭ ମିଳିବ । ବ୍ୟବସାୟରୁ ଲାଭବାନ ହେବେ । ଦାମ୍ପତ୍ୟ ଜୀବନ ସୁଖମୟ ହେବ । ବେରୋଜଗାରମାନଙ୍କୁ ନୂତନ ଚାକିରି ମିଳିବା ନେଇ ଯୋଗ ରହିଛି ।

12/12

ମୀନ: ଆଜି ଦିନରେ କୌଣସି ଏକ ନୂଆ କାର୍ଯ୍ୟ ଆରମ୍ଭ କରିପାରନ୍ତି । ଶତ୍ରୁମାନେ ଦୂରେଇ ଯିବା ଫଳରେ ସାମାଜିକ କାମରେ ପ୍ରଶଂସା ସହ ସମ୍ମାନ ମିଳିବ ।ଜୀବନରେ ଲାଗି ରହିଥିବା ପ୍ରତିବନ୍ଧକ ଦୂର ହେବ । 

 

ट्रेन्डिंग फोटोज़