OSSC New Recruitment: ଓଡ଼ିଶାରେ ସରକାରୀ ଚାକିରି, ୧୦ମ ପାସ୍ କରିଥିଲେ ଆପଣ ବି କରିପାରିବେ ଆବେଦନ..
Advertisement
Article Detail0/zeeodisha/odisha2228931

OSSC New Recruitment: ଓଡ଼ିଶାରେ ସରକାରୀ ଚାକିରି, ୧୦ମ ପାସ୍ କରିଥିଲେ ଆପଣ ବି କରିପାରିବେ ଆବେଦନ..

OSSC New Recruitment: ଓଡ଼ିଶାରେ ସରକାରୀ ଚାକିରି ଆଶାୟୀଙ୍କ ପାଇଁ ଖୁସି ଖବର । ଓଡ଼ିଶା କର୍ମଚାରୀ ଚୟନ ଆୟୋଗ (OSSC) ରେ ବାହାରିଲା ନିଯୁକ୍ତି ସୁଯୋଗ। ୧୦ ଶ୍ରେଣୀ ପାସ କରିଥିଲେ କରିପାରିବେ ଆବେଦନ । ଏହା ଓଡ଼ିଶା ସରକାରରେ ଏକ ସ୍ଥାୟୀ ନିଯୁକ୍ତି। 

OSSC New Recruitment: ଓଡ଼ିଶାରେ ସରକାରୀ ଚାକିରି, ୧୦ମ ପାସ୍ କରିଥିଲେ ଆପଣ ବି କରିପାରିବେ ଆବେଦନ..

OSSC New Recruitment: ଓଡ଼ିଶାରେ ସରକାରୀ ଚାକିରି ଆଶାୟୀଙ୍କ ପାଇଁ ଖୁସି ଖବର । ଓଡ଼ିଶା କର୍ମଚାରୀ ଚୟନ ଆୟୋଗ (OSSC) ରେ ବାହାରିଲା ନିଯୁକ୍ତି ସୁଯୋଗ। ୧୦ ଶ୍ରେଣୀ ପାସ କରିଥିଲେ କରିପାରିବେ ଆବେଦନ । ଏହା ଓଡ଼ିଶା ସରକାରରେ ଏକ ସ୍ଥାୟୀ ନିଯୁକ୍ତି। ଏହି ନିଯୁକ୍ତି ମାଧ୍ୟମରେ OSSC CHSL ରେ ଆୟୁର୍ବେଦିକ୍ ଆସିଷ୍ଟାଣ୍ଟ୍, ହୋମିଓପାଥିକ୍ ଆସିଷ୍ଟାଣ୍ଟ୍, ୟୁନାନି ଆସିଷ୍ଟାଣ୍ଟ୍ ଆଦିରେ ୬୫୦ରୁ ଅଧିକ ପଦବୀ ପୂରଣ ହେବ। ଏନେଇ ଉଭୟ ମହିଳା ଓ ପୁରୁଷ ଆବେଦନ କରିପାରିବେ।ଯୋଗ୍ୟ ପ୍ରାର୍ଥୀମାନେ OSSC ର ଅଫିସିଆଲ୍ ୱେବ୍‌ସାଇଟ୍‌ https://ossc.gov.in/ କୁ ଯାଇ ଆବେଦନ କରିପାରିବେ। ଏହାର ଅଫିସିଆଲ୍ ବିଜ୍ଞପ୍ତି ଦେଖିବାକୁ ଚାହାନ୍ତି ସେମାନେ OSSC ର ଅଫିସିଆଲ୍ ୱେବ୍‌ସାଇଟ୍‌କୁ ଯାଆନ୍ତୁ। 

ଆବେଦନ ତାରିଖ:

ଏହାର ଅନ୍‌ଲାଇନ୍ ଆବେଦନ ତାରିଖ ୨୫ ଏପ୍ରିଲ୍ ୨୦୨୪ରୁ ଆରମ୍ଭ ହୋଇଥିବା ବେଳେ ଏହି ପ୍ରକ୍ରିୟା ୨୭ ମେ’ ରେ ଶେଷ ହେବ।

ଖାଲି ପଡିଥିବା ପଦବୀ:

ଆୟୁର୍ବେଦିକ୍ ଆସିଷ୍ଟାଣ୍ଟ୍ ରେ ୨୨୦ଟି ପୋଷ୍ଟ ଖାଲି ପଡ଼ିଥିବା ବେଳେ ହୋମିଓପାଥିକ୍ ଆସିଷ୍ଟାଣ୍ଟ୍ ଖାଲି ପଡ଼ିଛି ୨୧୬ଟି ପୋଷ୍ଟ। ସେହିପରି ୟୁନାନି ଆସିଷ୍ଟାଣ୍ଟ୍  ୦୭ଟି ପୋଷ୍ଟ ଖାଲିପଡ଼ିଥିବା ବେଳେ ଜୁନିୟର୍ ଫିସରିଜ୍ ଟେକ୍ନିକାଲ୍ ଆସିଷ୍ଟାଣ୍ଟ୍ ପାଇଁ ୨୧୨ଟି ପୋଷ୍ଟ ଖାଲି ପଡ଼ିଛି। ସେହିପରି ଅମିନରେ ୧୬ଟି ପୋଷ୍ଟ,କେୟାର୍‌ଟେକର ପାଇଁ ୦୨ଟି ପୋଷ୍ଟ ଖାଲି ପଡ଼ିଛି। ଏହିପରି ଭାବେ ମୋଟ ୬୭୩ଟି ପୋଷ୍ଟ ଖାଲି ପଡ଼ିଛି।

ଶିକ୍ଷାଗତ ଯୋଗ୍ୟତା:

ଆୟୁର୍ବେଦିକ୍ ଆସିଷ୍ଟାଣ୍ଟ୍ / ହୋମିଓପାଥିକ୍ ଆସିଷ୍ଟାଣ୍ଟ୍ / ୟୁନାନି ଆସିଷ୍ଟାଣ୍ଟ୍ – ଯୁକ୍ତ ୨ ବିଜ୍ଞାନ

ଜୁନିୟର୍ ଫିସରିଜ୍ ଟେକ୍ନିକାଲ୍ ଆସିଷ୍ଟାଣ୍ଟ୍ – ଯୁକ୍ତ ୨ ଧନ୍ଦାମୂଳକ/ବିଜ୍ଞାନ

ଅମିନ – ଯୁକ୍ତ ୨ କଳା / ବିଜ୍ଞାନ / ବାଣିଜ୍ୟ

କେୟାର୍‌ଟେକର – ଦଶମ

ବୟସ ସୀମା:

ଆବେଦନ ପାଇଁ ସର୍ବନିମ୍ନ ବୟସ ୧୮ ବର୍ଷ ରହିଥିବା ବେଳେ ସର୍ବାଧିକ ବୟସ ସୀମା ୩୮ ବର୍ଷ ରହିଛି  ।