Budh Shukra Yuti 2024: ବୁଧ-ଶୁକ୍ରଙ୍କ ମହାମିଳନ, ଚମକିବ ଏହି ସବୁ ରାଶିଙ୍କ ଭାଗ୍ୟ!
Advertisement
Article Detail0/zeeodisha/odisha2229794

Budh Shukra Yuti 2024: ବୁଧ-ଶୁକ୍ରଙ୍କ ମହାମିଳନ, ଚମକିବ ଏହି ସବୁ ରାଶିଙ୍କ ଭାଗ୍ୟ!

Budh Shukra Yuti 2024:ବର୍ତ୍ତମାନ ଶୁକ୍ର ବୃଷ ରାଶିରେ ବିରାଜମାନ ଥିବା ବେଳେ ଆସନ୍ତାକାଲି ସେହି ରାଶିକୁ  ସକାଳ ୫ଟା ୪୫ ମିନିଟ୍ ସମୟରେ ଗ୍ରହମାନଙ୍କର ରାଜକୁମାର ବୁଧ ବି ଚଳନ କରିବେ। ଗୋଟିଏ ରାଶିରେ ବୁଧ-ଶୁକ୍ରଙ୍କ ମିଳନ ବୁଧ -ଶୁକ୍ର ୟୁତି(Budh Shukra Yuti 2024) ବା ଦୁର୍ଲଭ ସଂଯୋଗ ସୃଷ୍ଟି କରୁଛି। ଏ-ହି ଦୁର୍ଲଭ ସଂଯୋଗର ପ୍ରଭାବ ରାଶିଚକ୍ରରେ ଥିବା ୧୨ଟି ରାଶି ଉପରେ ପଡ଼ିବ। 

Budh Shukra Yuti 2024: ବୁଧ-ଶୁକ୍ରଙ୍କ ମହାମିଳନ, ଚମକିବ ଏହି ସବୁ ରାଶିଙ୍କ ଭାଗ୍ୟ!

Budh Shukra Yuti 2024: ବୈଦିକ ଜ୍ୟୋତିଶ ଶାସ୍ତ୍ର ଅନୁସାରେ, ଯେତେବେଳେ କୌଣସି ଗ୍ରହ ରାଶି ବା ନକ୍ଷତ୍ର ପରିବର୍ତ୍ତନ କରିଥାଆନ୍ତି । ସେ ସମୟରେ ଶୁଭ ବା ଅଶୁଭ ଯୋଗ ସୃଷ୍ଟି ହୋଇଥାଏ । ଏହି କ୍ରମରେ ବର୍ତ୍ତମାନ ଶୁକ୍ର ବୃଷ ରାଶିରେ ବିରାଜମାନ ଥିବା ବେଳେ ଆସନ୍ତାକାଲି ସେହି ରାଶିକୁ  ସକାଳ ୫ଟା ୪୫ ମିନିଟ୍ ସମୟରେ ଗ୍ରହମାନଙ୍କର ରାଜକୁମାର ବୁଧ ବି ଚଳନ କରିବେ। ଗୋଟିଏ ରାଶିରେ ବୁଧ-ଶୁକ୍ରଙ୍କ ମିଳନ ବୁଧ -ଶୁକ୍ର ୟୁତି(Budh Shukra Yuti 2024) ବା ଦୁର୍ଲଭ ସଂଯୋଗ ସୃଷ୍ଟି କରୁଛି। ଏ-ହି ଦୁର୍ଲଭ ସଂଯୋଗର ପ୍ରଭାବ ରାଶିଚକ୍ରରେ ଥିବା ୧୨ଟି ରାଶି ଉପରେ ପଡ଼ିବ। ତେବେ ଏହି  ବୁଧ -ଶୁକ୍ର ୟୁତି ଫଳରେ ତିନୋଟି ରାଶି ବେଶ ଲାଭବାନ ହେବ । ତେବେ ଆସନ୍ତୁ ଜାଣିବା ସେହି ତିନି ରାଶିଙ୍କ ବିଷୟରେ ।...

ALSO READ: Guru Gochar 2024: ଆଜିଠୁ ଏହି ସବୁ ରାଶିଙ୍କର ବଦଳିବ ଭାଗ୍ୟ, ବୃହସ୍ପତିଙ୍କ ଚଳନ ଦେବ ଶୁଭଫଳ

ବୁଧ -ଶୁକ୍ର ୟୁତି  ଦେବେ ଶୁଭଫଳ:

ମେଷ: ଆଜିଠାର ଏହି ରାଶିର ଲୋକଙ୍କ ଭାଗ୍ୟରେ ବଡ ପରିବର୍ତ୍ତନ ଆସିବାକୁ ଯାଉଛି। ଏହି ଅବଧି ମଧ୍ୟରେ ଆୟ ବଢିବା ସହ ଅଟକି ରହିଥିବା ଟଙ୍କା ପ୍ରାପ୍ତ ହେବ। ବିଚାରଧୀନ ସମସ୍ତ କାର୍ଯ୍ୟ ସମାପ୍ତ ହେବ। ପୁରୁଣା ବିନିଯୋଗରୁ ଲାଭ ପାଇବେ । ଜୀବନସାଥୀଙ୍କ ଠାରୁ ଭଲ ଖବର ପାଇପାରନ୍ତି । ବ୍ୟବସାୟରେ ଆଶ୍ଚର୍ଯ୍ୟଜନକ ଲାଭ ମିଳିବ। ସମସ୍ତ କାର୍ଯ୍ୟରେ ପରିବାର ଲୋକଙ୍କ ସମର୍ଥନ ମିଳିବ। ପୈତୃକ ସମ୍ପତ୍ତିରୁ ଲାଭ ପାଇବେ। ସରକାରୀ ଚାକିରିଆଙ୍କର ମନ ପସନ୍ଦର ସ୍ଥାନକୁ ଟ୍ରାନ୍ସଫର ମଧ୍ୟ ହୋଇପାରେ। 

ମିଥୁନ: ବୁଧ -ଶୁକ୍ର ୟୁତି ମିଥୁନ ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ଶୁଭ ପ୍ରମାଣିତ ହେବ। ଆକସ୍ମିକ ଧନଲାଭର ଯୋଗ ରହିଛି । ଦରମା ବୃଦ୍ଧି ସହ ପଦୋନ୍ନତି ନେଇ ଯୋଗ ରହିଛି ।  ଦୂରଯାତ୍ରା ସଫଳ ହେବ । ପରିବାରରେ ସୁଖ ସମୃଦ୍ଧି ସହ ସମାଜରେ ମାନ ସମ୍ମାନ ବୃଦ୍ଧି ପାଇବ । ରାଜନୀତି ସହ ଜଡ଼ିତ ଲୋକଙ୍କୁ ଏହି ରାଜଯୋଗ ଫଳରେ କ୍ୟାରିୟରରେ ସଫଳତା ମିଳିବ । ଅବିବାହିତଙ୍କ ପାଇଁ ଭଲ ବିବାହ ପ୍ରସ୍ତାବ ଆସିପାରେ। ଜୀବନ ସାଥୀଙ୍କ ସହ କୌଣସି ଦୂର ସ୍ଥାନକୁ ବୁଲିବାକୁ ଯାଇପାରନ୍ତି। 

ତୁଳା:  ଏହି ରାଶିର ଭାଗ୍ୟ ସୂର୍ଯ୍ୟଙ୍କ ପରି ଚମକିବ।  ବ୍ୟବସାୟୀଙ୍କ ପାଇଁ ଏହି ସମୟ ବେଶ ଲାଭବାନ ହେବାକୁ ଯାଉଛି । ଜୀବନସାଥୀଙ୍କ ସହଯୋଗ ମିଳିବ । ଭ୍ରମଣ ନେଇ ଯୋଗ ରହିଛି । ଲାଗି ରହିଥିବା ସମସ୍ୟା ଦୂର ହେବ । ପୈତୃକ ସମ୍ପତ୍ତିରୁ ଆର୍ଥିକ ଲାଭ ମିଳିବ ।  ଆର୍ଥିତ ସ୍ଥିତିରେ ସୁଧାର ଆସିବ।

(Disclaimer: ଏଠାରେ ଦିଆଯାଇଥିବା ସୂଚନା ଜ୍ୟୋତିଷ ଶାସ୍ତ୍ର ଓ ସାଧାରଣ ଅନୁମାନ ଉପରେ ଆଧାରିତ । କେବଳ ସୂଚନା ପାଇଁ ଦିଆଯାଇଛି । ZEE ODISHA NEWS ଏହା ନିଶ୍ଚିତ କରେ ନାହିଁ । କୌଣସି ଉପାୟ କରିବା ପୂର୍ବରୁ ସମ୍ପୃକ୍ତ ବିଷୟର ବିଶେଷଜ୍ଞଙ୍କ ସହିତ ପରାମର୍ଶ କରି ନିଶ୍ଚିତ ହୁଅନ୍ତୁ ।)