Today's Luckiest Zodiac Signs: ଆଜିଠୁ ବ୍ରହ୍ମଯୋଗ: ୫ ରାଶିଙ୍କ ପାଇଁ ଆସିବ ଅତ୍ୟନ୍ତ ଶୁଭ ମୁହୂର୍ତ୍ତ, ବଦଳିଯିବ ଭାଗ୍ୟ
Advertisement
Article Detail0/zeeodisha/odisha2231071

Today's Luckiest Zodiac Signs: ଆଜିଠୁ ବ୍ରହ୍ମଯୋଗ: ୫ ରାଶିଙ୍କ ପାଇଁ ଆସିବ ଅତ୍ୟନ୍ତ ଶୁଭ ମୁହୂର୍ତ୍ତ, ବଦଳିଯିବ ଭାଗ୍ୟ

Today's Luckiest Zodiac Signs: ଆଜି ମେ ୨ ତାରିଖ ଗୁରୁବାର। ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଆଜି ମକର ଓ କୁମ୍ଭ ରାଶିକୁ ଚଳନ କରିବେ ଚନ୍ଦ୍ର। ଯାହା ଫଳରେ ଶୁକ୍ଲା ଯୋଗ ( Shukla yoga) ଓ  ବ୍ରହ୍ମ ଯୋଗ (Brahma Yoga) ମଧ୍ୟ ସୃଷ୍ଟି ହେଉଛି। ଏହି ଦୁର୍ଲଭ ଦୁଇ ଯୋଗ ୫ ରାଶିଙ୍କ ପାଇଁ ଅତ୍ୟନ୍ତ ଶୁଭ ରହିବ। 

Today's Luckiest Zodiac Signs: ଆଜିଠୁ ବ୍ରହ୍ମଯୋଗ: ୫ ରାଶିଙ୍କ ପାଇଁ ଆସିବ ଅତ୍ୟନ୍ତ ଶୁଭ ମୁହୂର୍ତ୍ତ, ବଦଳିଯିବ ଭାଗ୍ୟ

Today's Luckiest Zodiac Signs: ଆଜି ମେ ୨ ତାରିଖ ଗୁରୁବାର। ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଆଜି ମକର ଓ କୁମ୍ଭ ରାଶିକୁ ଚଳନ କରିବେ ଚନ୍ଦ୍ର। ଯାହା ଫଳରେ ଶୁକ୍ଲା ଯୋଗ ( Shukla yoga) ଓ  ବ୍ରହ୍ମ ଯୋଗ (Brahma Yoga) ମଧ୍ୟ ସୃଷ୍ଟି ହେଉଛି। ଏହି ଦିନଟି ମଧ୍ୟ ଧନଦେବୀ ମାଆ ଲକ୍ଷ୍ମୀ ଓ ବିଷ୍ଣୁଙ୍କ ପାଇଁ ଉତ୍ସର୍ଗୀକୃତ। ଫଳରେ ଏହି ଦୁର୍ଲଭ ଦୁଇ ଯୋଗ ୫ ରାଶିଙ୍କ ପାଇଁ ଅତ୍ୟନ୍ତ ଶୁଭ ରହିବ। ମାତା ଲକ୍ଷ୍ମୀଙ୍କର ଆର୍ଶିବାଦ ମିଳିବା ସହ ଜୀବନରେ ଲାଗି ରହିଥିବା ସମସ୍ୟା ମଧ୍ୟ ହରଣ କରିବେ ବିଷ୍ଣୁ।  ଆସନ୍ତୁ ଜାଣିବା ସେହି ଭାଗ୍ୟଶାଳୀ ରାଶି ବିଷୟରେ...

ALSO READ: Lakshmi Narayan Rajyog 2024: ଏହି ସବୁ ରାଶିଙ୍କ ଭାଗ୍ୟ ଖୋଲିବ ଲକ୍ଷ୍ମୀ ନାରାୟଣ ରାଜଯୋଗ, ମିଳିବ ବହୁତ ଧନ!

ଲାଭବାନ୍ ହେବେ ଏହି ସବୁ ରାଶି:

ମିଥୁନ: ଏହି ରାଶିର ବ୍ୟକ୍ତିଙ୍କ ପାଇଁ ଦିନଟି ବେଶ୍ ମଙ୍ଗଳମୟ ରହିବ। ନିଜ ବନ୍ଧୁଙ୍କ ସହ ଦୂରଯାତ୍ରା କରିପାରନ୍ତି।  ଧାର୍ମିକ ସ୍ଥାନ  ଭ୍ରମଣ କରି ପାରନ୍ତି। ନିଜ ଜୀବନ ସାଥୀଙ୍କ ସହ କ୍ବାଲିଟି ଟାଇମ୍ ବିତାଇବେ। ବ୍ୟବସାୟୀଙ୍କ ପାଇଁ ଦିନଟି ବେଶ୍ ଖାସ୍ ରହିବ। ଅଟକି ଥିବା ଟଙ୍କା ମିଳିବ। ନୂତନ ବ୍ୟବସାୟ ଆରମ୍ଭ କରିବା ପାଇଁ ଆଜିର ଦିନଟି ବେଶ୍ ଅନୁକୂଳ ରହିଛି। ପରିବାର ସଦସ୍ୟ ପ୍ରତ୍ୟକ କାର୍ଯ୍ୟରେ ଆପଣଙ୍କୁ ସମର୍ଥନ କରିବେ। ସ୍ୱାସ୍ଥ୍ୟ ମଧ୍ୟ ଭଲ ରହିବ।

ସିଂହ:  ଧନ ବୃଦ୍ଧି ପାଇବ। ଲକ୍ଷ୍ୟ ହାସଲ କରିବାର ରାସ୍ତା ସହଜ ହେବ। ପ୍ରଭାବଶାଳୀ ଲୋକଙ୍କୁ ଆଜି ଭେଟିପାରନ୍ତି। ଅବିବାହିତ ଲୋକଙ୍କ ପାଇଁ ଭଲ ବିବାହ ପ୍ରସ୍ତାବ ଆସିପାରେ। ଅଧା ରହିଥିବା କାର୍ଯ୍ୟ ପୂରା ହେବ। ବୈବାହିକ ଜୀବନ ସୁଖମୟ ରହିବ। 

ତୁଳା: ଆକସ୍ମିକ ଧନଲାଭର ଯୋଗ ରହିଛି। ଆୟର ନୂଆ ଉତ୍ସ ସୃଷ୍ଟି ହେବା ସହିତ ପ୍ରଗତିର ରାସ୍ତା ଖୋଲିବ। ଆଶା କରୁଥିବା ଦିଗରୁ ଅର୍ଥ ଲାଭ କରିପାରନ୍ତି। କୌଣସି ଭଲ ଖବର ନିଜ ଜୀବନ ସାଥୀଙ୍କ ଠାରୁ ପାଇବେ। କାର୍ଯ୍ୟାଳୟରୁ ପଦୋନ୍ନତିର ଖବର ମିଳିପାରେ।

ମକର: ମଉଜ ମଜଲିସ୍ ରେ ଦିନଟି ଅତିବାହିତ ହେବ। ପ୍ରେମ ଜୀବନରେ ଲାଗି ରହିଥିବା ସମସ୍ୟା ଦୂର ହେବ। ଘରେ କୌଣସି ମାଙ୍ଗଳିକ କାର୍ଯ୍ୟ ହୋଇପାରେ। ଆର୍ଥିକ ସ୍ଥିତି ଭଲ ରହିବ। ବ୍ୟବସାୟୀ ମାନେ କୌଣସି ବଡ଼ ଡିଲ୍ ଆଜି ଫାଇନାଲ କରିପାରନ୍ତି। କମ୍ପିଟେଟିଭ୍ ଏକ୍ସାମ୍ ପାଇଁ ପ୍ରସ୍ତୁତ ହେଉଥିବା ଛାତ୍ରଛାତ୍ରୀ ଭଲ ଖବର ପାଇ ପାରନ୍ତି। 

ମୀନ: ଏହି ରାଶିର ଲୋକଙ୍କ ପାଇଁ ଦିନଟି ବେଶ୍ ଖାସ୍ ରହିବ। ପୁରୁଣା ବିନିଯୋଗରୁ ଲାଭ ପାଇବେ। କୌଣସି ସ୍ଥାନରୁ ଏକ ଭଲ ଚାକିରି ଅଫର ଆସିପାରେ। ପଦୋନ୍ନତି ଏବଂ ବେତନ ବୃଦ୍ଧି ହେବାର ସମ୍ଭାବନା ରହିଛି। ଦିର୍ଘ ଦିନର ଆଶା ପୂରଣ ହୋଇପାରେ। ବୈବାହିକ ଜୀବନ ସୁଖମୟ ହେବ। 

(Disclaimer: ଏଠାରେ ଦିଆଯାଇଥିବା ସୂଚନା ଜ୍ୟୋତିଷ ଶାସ୍ତ୍ର ଓ ସାଧାରଣ ଅନୁମାନ ଉପରେ ଆଧାରିତ । କେବଳ ସୂଚନା ପାଇଁ ଦିଆଯାଇଛି । ZEE ODISHA NEWS ଏହା ନିଶ୍ଚିତ କରେ ନାହିଁ । କୌଣସି ଉପାୟ କରିବା ପୂର୍ବରୁ ସମ୍ପୃକ୍ତ ବିଷୟର ବିଶେଷଜ୍ଞଙ୍କ ସହିତ ପରାମର୍ଶ କରି ନିଶ୍ଚିତ ହୁଅନ୍ତୁ ।)