BJD Candidate List: ବିଜେଡି ପ୍ରାର୍ଥୀ ତାଲିକାରେ ୪୦ ନୂଆ ମୁହଁ, ବାଦ୍‍ ପଡ଼ିଲେ ୩୬ ବିଧାୟକ
Advertisement
Article Detail0/zeeodisha/odisha2231781

BJD Candidate List: ବିଜେଡି ପ୍ରାର୍ଥୀ ତାଲିକାରେ ୪୦ ନୂଆ ମୁହଁ, ବାଦ୍‍ ପଡ଼ିଲେ ୩୬ ବିଧାୟକ

BJD Announces Candidate List: ବିଗତ ୨୪ ବର୍ଷଧରି ରାଜ୍ୟରେ ଶାସନ କରି ଆସୁଥିବା ବିଜୁ ଜନତା ଦଳ ଏହାର ୨୦୨୪ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଏଥିରେ ୪୦ ନୂଆ ମୁହଁକୁ ସାମିଲ୍‍ କରାଯାଇଛି।

 

BJD Announces Candidate List

ଭୁବନେଶ୍ୱର: ବିଗତ ୨୪ ବର୍ଷଧରି ରାଜ୍ୟରେ ଶାସନ କରି ଆସୁଥିବା ବିଜୁ ଜନତା ଦଳ ଏହାର ୨୦୨୪ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଏଥିରେ ୪୦ ନୂଆ ମୁହଁକୁ ସାମିଲ୍‍ କରାଯାଇଛି। ବିଧାନସଭା ଆସନଗୁଡ଼ିକ ପାଇଁ ଘୋଷଣା କରାଯାଇଥିବା ପ୍ରାର୍ଥୀ ତାଲିକାରେ ଦଳ ୨୦୧୯ରେ ବିଧାୟକ ଭାବେ ବିଜୟୀ ହୋଇଥିବା ୩୬ ଜଣଙ୍କ ଉପରେ ଭରସା କରିପାରି ନାହିଁ। ଆହୁରି ମଧ୍ୟ ଦଳରୁ ୪ ଜଣଙ୍କୁ ଦଳ ବହିଷ୍କାର କରିଛି। ଦଳ ବିରୋଧୀ କାର୍ଯ୍ୟ  ହେଉ ବା ଜନ ବିରୋଧୀ କାର୍ଯ୍ୟ ପାଇଁ ତାଙ୍କୁ ବହିଷ୍କାର କରାଯାଇଛି। 

ଟିକଟ କଟିଥିବା ୩୬ ବିଧାୟକ ହେଲେ: ସୀମାରାଣୀ ନାୟକ-ହିନ୍ଦୋଳ, ଅରବିନ୍ଦ ଢାଲି-ଜୟଦେବ, ଭାଗୀରଥି ସେଠୀ-ଆନନ୍ଦପୁର, ଅମର ପ୍ରସାଦ ଶତପଥି-ବଡଚଣା, ଅଙ୍ଗଦ କହଁର-ଫୁଲବାଣୀ, ବିଜୟ ଶଙ୍କର ଦାସ-ତିର୍ତ୍ତୋଲ, ଜ୍ୟୋତି ପ୍ରକାଶ ପାଣିଗ୍ରାହୀ – ସିମୁଳିଆ, କିଶୋର ଚନ୍ଦ୍ର ନାୟକ-କୁଚିଣ୍ଡା, ପର୍ଶୁରାମ ଧଡା-ସୋର, ପ୍ରତାପ ଜେନା-ମାହାଙ୍ଗା, ପ୍ରେମାନନ୍ଦ ନାୟକ-ତେଲକୋଇ, ରଘୁନାଥ ଦାସ-ବାଲିକୁଦ-ଏରସମା, ରଜନିକାନ୍ତ ସିଂହ-ଅନୁଗୁଳ, ସମ୍ବିତ ରାଉତରାୟ-ପାରାଦୀପ, ସମୀର ରଞ୍ଜନ ଦାଶ-ନିମାପଡା, ଶଶୀ ଭୂଷଣ ବେହେରା- କେନ୍ଦ୍ରାପଡା, ସାବିତ୍ରୀ ଅଗ୍ରୱାଲ-ପାଟକୁରା, ନନ୍ଦା ଦାସ-ବରୀ,  ଅନନ୍ତ ଦାସ-ଭୋଗରାଇ, ଜ୍ୟୋତିନ୍ଦ୍ରନାଥ ମିତ୍ର-ଖୋର୍ଦ୍ଧା, ଅରୁନ୍ଧତୀ ଦେବୀ-ଦେବଗଡ, ଭୁପିନ୍ଦର ସିଂହ – ନର୍ଲା, ଅଶୋକ ବଳ – କୋରେଇ, ମୌସଧୀ ବାଗ୍‌- ଧର୍ମଗଡ଼, ନତ୍ୟାନନ୍ଦ ସାହୁ – ବସ୍ତା, ପ୍ରୀତମ ପାଢ଼ୀ – ପଟ୍ଟାଙ୍ଗୀ, ପ୍ରକାଶ ଚନ୍ଦ ମାଝୀ – ଝରିଗାଁ, ପୂର୍ଣ୍ଣଚନ୍ଦ୍ର ବାକା – ଚିତ୍ରକୋଣ୍ଡା, ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ – ସୋରଡ଼ା, ରାଜକିଶୋର ଦାସ – ମୋରଡ଼ା, ରମେଶ ଚନ୍ଦ୍ର ସାଏ – ଆଠମଲିକ, ସଦାଶିବ ପ୍ରଧାନୀ- ଦବରଙ୍ଗପୁର, ସୁବତ୍ର ତରାଇ- ରଘୁନାଥପାଲୀ, ମୀନାକ୍ଷୀ ମହାନ୍ତ – ଚମ୍ପୁଆ, ପଦ୍ମୀନ ଦିଆନ – କୋଟପାଡ଼, ଉଷା ଦେବୀ – ଚିକିଟି। 

ସେହିପରି ଗୋପାଳପୁର ବିଧାୟକ ପ୍ରଦରପ ପାଣିଗ୍ରାହୀ, ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ, ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ଏବଂ ରେମୁଣା ବିଧାୟକ ସୁଧାଂଶୁ ଶେଖର ଧଡ଼ାଙ୍କୁ ଦଳ ବହିଷ୍କାର କରିଛି।