Odisha Election 2024: ବିଜେପି ଘୋଷଣା କଲା ନୂଆା ପ୍ରାର୍ଥୀ ତାଲିକା, ସୌମ୍ୟଙ୍କ ପାଇଁ ଅଙ୍କ ଛିଣ୍ଡିଲାନି, ଦେବାଶୀଷ, ଅନୁଭବ ନିରାଶ
Advertisement
Article Detail0/zeeodisha/odisha2231796

Odisha Election 2024: ବିଜେପି ଘୋଷଣା କଲା ନୂଆା ପ୍ରାର୍ଥୀ ତାଲିକା, ସୌମ୍ୟଙ୍କ ପାଇଁ ଅଙ୍କ ଛିଣ୍ଡିଲାନି, ଦେବାଶୀଷ, ଅନୁଭବ ନିରାଶ

Odisha Election 2024: ଭାରତୀୟ ଜନତା ପାର୍ଟି ପକ୍ଷରୁ ଆଜି ବାକିଥିବା ୬ ବିଧାନସଭା ଆସନ ଲାଗି ପ୍ରାର୍ଥୀ ଘୋଷଣା କରାଯାଇଛି। ଘସିପୁରା ଲାଗି ସମ୍ଭୁନାଥ ରାଉତଙ୍କ ନାଁ ପ୍ରାର୍ଥୀ ତାଲିକାରେ ଥିବା ବେଳେ ଲାଗି ଭୋଗରାଇରୁ ଆଶୀଷ ପାତ୍ର, ଭଣ୍ଡାରି ପୋଖରି ଲାଗି ସୁଧାଂଶୁ ନାୟକ, ବରି ଲାଗି ଉମେଶ ଚନ୍ଦ୍ର ଜେନା, କଟକ-ବାରବାଟୀରୁ ଡା, ପୂର୍ଣ୍ଣଚନ୍ଦ୍ର ମହାପାତ୍ର ଏବଂ ବେଗୁନିଆ ଆସନ ଲାଗି ପ୍ରକାଶଚନ୍ଦ୍ର ରଣବିଜୁଳି ପ୍ରାର୍ଥୀ ହେବେ ବୋଲି ଏକ ବିଜ୍ଞପ୍ତିରେ କୁହାଯାଇଛି। 

Odisha Election 2024: ବିଜେପି ଘୋଷଣା କଲା ନୂଆା ପ୍ରାର୍ଥୀ ତାଲିକା, ସୌମ୍ୟଙ୍କ ପାଇଁ ଅଙ୍କ ଛିଣ୍ଡିଲାନି, ଦେବାଶୀଷ, ଅନୁଭବ ନିରାଶ

Odisha Election 2024: ଭାରତୀୟ ଜନତା ପାର୍ଟି ପକ୍ଷରୁ ଆଜି ବାକିଥିବା ୬ ବିଧାନସଭା ଆସନ ଲାଗି ପ୍ରାର୍ଥୀ ଘୋଷଣା କରାଯାଇଛି। ଘସିପୁରା ଲାଗି ସମ୍ଭୁନାଥ ରାଉତଙ୍କ ନାଁ ପ୍ରାର୍ଥୀ ତାଲିକାରେ ଥିବା ବେଳେ ଲାଗି ଭୋଗରାଇରୁ ଆଶୀଷ ପାତ୍ର, ଭଣ୍ଡାରି ପୋଖରି ଲାଗି ସୁଧାଂଶୁ ନାୟକ, ବରି ଲାଗି ଉମେଶ ଚନ୍ଦ୍ର ଜେନା, କଟକ-ବାରବାଟୀରୁ ଡା. ପୂର୍ଣ୍ଣଚନ୍ଦ୍ର ମହାପାତ୍ର ଏବଂ ବେଗୁନିଆ ଆସନ ଲାଗି ପ୍ରକାଶ ଚନ୍ଦ୍ର ରଣବିଜୁଳି ପ୍ରାର୍ଥୀ ହେବେ ବୋଲି ଏକ ବିଜ୍ଞପ୍ତିରେ କୁହାଯାଇଛି। 
ଏହି ଘୋଷଣା ପରେ ଘସିପୁରାରୁ ସୌମ୍ୟ ରଞ୍ଜନ ପଟ୍ଟନାୟକ  ପ୍ରାର୍ଥୀ ହେବେ ବୋଲି  ଯେଉଁ ଚର୍ଚ୍ଚା ଚାଲିଥିଲା ତାହା ମଉଳି ଯାଇଛି। ସୌମ୍ୟ ରଞ୍ଜନ ପଟ୍ଟନାୟକ ପୂର୍ବରୁ ବିଜେଡି ଟିକଟରେ ଖଣ୍ଡପଡ଼ାରୁ ସର୍ବାଧିକ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ। କିନ୍ତୁ ଦଳରେ ଥାଇ ନେତୃତ୍ୱକୁ ସମାଲୋଚନା କରୁଥିବା ଅଭିଯୋଗରେ ତାଙ୍କୁ ଦଳରୁ ବହିଷ୍କାର କରାଯାଇଥିଲା। ଦୀର୍ଘ ଦିନ ନୀରବ ରହିବା ପରେ ଶ୍ରୀ ପଟ୍ଟନାୟକ ୨୦୨୪ରେ ନିଜ ଜନ୍ମ ମାଟିରୁ ପ୍ରାର୍ତଥୀ ହେବେ ବୋଲି ମନ ବଳାଇଥିଲେ। ଏପରିକି ବିଜେପି ପକ୍ଷରୁ ତାଙ୍କୁ ଏଥିଲାଗି ଯୋଗାଯୋଗ କରାଯାଇଥିବା ସେ ଗଣମାଧ୍ୟମକୁ କହିଥିଲେ। ଦୁଇଦିନ ତଳେ ସେ ପୁରୀରୁ ଶ୍ରୀ ଜଗନ୍ନାଥଙ୍କୁ ଦର୍ଶନ କରିବା ପରେ ଘଟଗାଁ ତାରିଣୀଙ୍କୁ ଦର୍ଶନ କରିବା ଏବଂ ଏହି ସମୟୟରେ ବିଭିନ୍ନ ସ୍ଥାନରେ ଲୋକଙ୍କୁ ଭେଟିବା ତାଙ୍କର ନିର୍ବାଚନ ରାଜନୀତିକୁ ଫେରିବା ନେଇ ଇଙ୍ଗିତ କରିଥିଲା। ଏପରିକି ସେ ଗତକାଲି ବିଜେପିରେ ଯୋଗ ଦେବେ ବୋଲି ମଧ୍ୟ ଚର୍ଚ୍ଚା ହୋଇଥିଲା। ହେଲେ କୌଣସି କାରଣରୁ ଏହା ସଫଳ ହୋଇ ପାରି ନାହିଁ। ତାଙ୍କ ବଦଳରେ ସମ୍ଭୁନାଥ ରାଉତ ଘସିପୁରାରୁ ପ୍ରାର୍ଥୀ ବୋଲି ଘୋଷଣା କରିଛି ଦଳ।

ସେହିପରି କଟକ ବାରବାଟୀରୁ ବିଜେଡିରୁ ଆସିଥିବା ଅନୁଭବ ମହାନ୍ତିଙ୍କୁ ଦଳ ପ୍ରାର୍ଥୀ କରିବ ବୋଲି ଚର୍ଚ୍ଚା ହେଉଥିଲା। ହେଲେ ପୂର୍ବରୁ ଦଳରେ ସାମିଲ୍‍ ହୋଇଥିବା ଡାକ୍ତର ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କୁ ଦଳ ପ୍ରାର୍ଥୀ କରିଛି। ଡା ମହାପାତ୍ର ଏଠାରେ କଂଗ୍ରେସ ପ୍ରାର୍ଥୀ ସୋଫିଆଙ୍କ ବିରୁଦ୍ଧରେ ଲଢ଼ିବେ। କାରଣ କଟକ ବାରବାଟୀ  ପୂର୍ବରୁ କଂଗ୍ରେସ ହାତରେ ରହିଥିଲା। ମହମ୍ମଦ ମୋକିମ ଏଥର ନିର୍ବାଚନ ଲଢ଼ିବାରେ କଟକଣା ହେତୁ ତାଙ୍କ ଝିଅ ସୋଫିଆଙ୍କୁ ଦଳ ପ୍ରାର୍ଥୀ କରିଛି। 

ବରି ଆସନରରେ ମଧ୍ୟ ବିଜେଡିରୁ ବିଜେପିକୁ ଆସିଥିବା ବରିଷ୍ଠ ନେତା ଦେବାଶୀଷ ନାୟକଙ୍କୁ ଝଟକା ଲାଗିଛି। ଶଅୀ ନାୟକ ବିଜେଡିରେ ଦୀର୍ଘଦିନ ରହିବା ପରେ ଅସନ୍ତୁଷ୍ଟ ହୋଇ ବିଜେପି ଯୋଗ ଦେଇଥିଲେ। କିନ୍ତୁ ତାଙ୍କୁ ଦଳ ବରି ଆସନ ଲାଗି ଉଚିତ ମଣି ନାହିଁ।