Top 10 News Today: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର
Advertisement
Article Detail0/zeeodisha/odisha2230884

Top 10 News Today: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର

ଚୁଟକୀରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର

Top 10 News Today: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର

HL1. ଓଡ଼ିଶାର ପ୍ରତି ଜିଲ୍ଲାସ୍ତରୀୟ ନ୍ୟାୟଳୟ କାର୍ଯ୍ୟାଳୟର ସୂଚନା ପାଇବା ପାଇଁ ଏଣିକି ଅନ୍‍ ଲାଇନ୍‍ରେ ଆବେଦନ କରାଯାଇପାରିବ। ସୂଚନା ଅଧିକାର ଆଇନକୁ ଅଧିକ କ୍ରିୟାଶୀଳ କରିବା ତଥା ପ୍ରକ୍ରିୟାକୁ ସ୍ୱଚ୍ଛ କରିବା ଉଦ୍ଦେଶ୍ୟରେ ଏଠାରେ ଅନ୍‍ଲାଇନ୍‍ ଆର୍‍ଟିଆଇ ପୋର୍ଟାଲ୍‍ ଆରମ୍ଭ କରାଯାଇଛି। ହାଇକୋର୍ଟଙ୍କ ପକ୍ଷରୁ ଏନେଇ ଏକ ବିଜ୍ଞପ୍ତି ପ୍ରକାଶ କରାଯାଇଛି। 

HL2. ବିନା ମନ୍ତ୍ର, ବେଦୀ ଓ ହୋମରେ ତଥା ପାରମ୍ପରିକ ପ୍ରଥା ଅନୁସାରେ ବିବାହ ହୋଇ ନଥିଲେ ତାହା ବୈଧ ହେବ ନାହିଁ। ଏପରିକି କୋର୍ଟ ପଞ୍ଜିକରଣ ହୋଇଥିଲେ ମଧ୍ୟ ତାହାକୁ ଗ୍ରହଣ କରାଯିବ ନାହିଁ ବୋଲି ସୁପ୍ରିମକୋର୍ଟ ଏକ ଗୁରୁତ୍ୱ ପୂର୍ଣ୍ଣ ରାୟ ପ୍ରଦାନ କରିଛନ୍ତି। କୋର୍ଟଙ୍କ ଦୁଇଜଣିଆ ଖଣ୍ଡପୀଠ ଏହି ରାୟ ପ୍ରଦାନ କରିଛନ୍ତି। ଏହାଦ୍ୱାରା ଯେଉଁ ପବିତ୍ର ପରମ୍ପରାକୁ କିଛି ବ୍ୟକ୍ତି ନାଚଗୀତ, ଖାଇବା ପିଇବା ବା ଆଡ଼ମ୍ବର ବୋଲି ଗ୍ରହଣ କରୁଥିଲେ ସେ ମନୋଭାବରେ ପରିବର୍ତ୍ତନ ହେବ। 

HL3. ଗୃହମନ୍ତ୍ରୀ ଅମିତ ଶାହଙ୍କ ନକଲି ଭିଡିଓ ପଅସାର କରିବା ଅଭିଯୋଗରେ ଝାଡ଼ଖଣତ୍ଡ କଂଗ୍ରେସର ଅଫିସିଆଲ୍‍ ଆକାଉଣ୍ଟକୁ ରଦ୍ଦ କରାଯାଇଛି। ଏହାସହ ଝାଡ଼ଖଣ୍ଡ କଂଗ୍ରେସର ସଭାପତି ରାଜେଶ ଠାକୁରଙ୍କୁ ଦିଲ୍ଲୀ ପୁଲିସରେ ଉପସ୍ଥିତ ହେବାକୁ ସମନ କରାଯାଇଛି। ଆଜି ଏଥିପାଇଁ ତାରିଖ ନିର୍ଦ୍ଧାରଣ କରାଯାଇଛି।  

HL4.ଦୀର୍ଘଦିନ ଧରି ଲାଗିଥିବା ଟିକେଟ ପ୍ରଶ୍ନର ଆଜି ଉତ୍ତର ଆସିପାରେ। ଉତ୍ତର ପ୍ରଦେଶର ଆମେଠି ଓ କଂଗ୍ରେସ କାହାକୁ ପ୍ରାର୍ଥୀ କରିବା ତାହା ଆଜି ସ୍ପଷ୍ଟ ହୋଇପାରେ। ଉଭୟ ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଏଠାରୁ ପ୍ରାର୍ଥୀ ହେବା ନେଇ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି।

HL5. ଲୋକସଭା ପ୍ରାର୍ଥୀ ହୋଇ ପରେ ଟିକେଟ୍‍ ପ୍ରତ୍ୟାହାର କରାଯିବା ପ୍ରତିବାଦରେ ସମ୍ବଲପୁରର କଂଗ୍ରେସ ନେତା ଦୁଲାଲ ପ୍ରଧାନ ବିଜେପିରେ ଯୋଗ ଦେଇଛନ୍ତି। କେନ୍ଦ୍ରମନ୍ତ୍ରୀ ତଥା ବର୍ତ୍ତମାନ ଦଳର ସମ୍ବଲପୁର ସାଂସଦ ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ସେ ଦଳରେ ସାମିଲ ହୋଇଛନ୍ତି। ବିଜେଡିରୁ ଆସିଥିବା ନଗେନ୍ଦ୍ର ପ୍ରଧାନଙ୍କୁ ଦଳ ଟିକଟ ଦେଇ ଦୁଲାଲଙ୍କୁ ନିରାଶ କରିଥିଲା। 

HL6. ଚନ୍ଦ୍ରପୃଷ୍ଠରେ ପାଣିତ ରହିଛି ବରଫବି। ପୁଣି ତାହାକୁ ସହଜରେ ଖନନ କରାଯାଇପାରିବ। ଯାହା ଭବିଷ୍ୟତରେ ମାନବ ବସତି ସୃଷ୍ଟି ଲାଗି ସହାୟକ ହେବ ବୋଲି ଇସ୍ରୋ ଏବଂ ଆନ୍ତର୍ଜାତିକ ବିଜ୍ଞାନୀଙ୍କ ଗବେଷଣାରୁ ସ୍ପଷ୍ଟ ହୋଇଛି। ଚନ୍ଦ୍ର ପୃଷ୍ଠର କିଛି ମିଟର ତଳେ ବରଫ ଓ ପାଣି ରହିଥିବା ଆଇଏସ୍‍ପିଆରଏସ୍‍ ଜର୍ଣ୍ଣାଲରେ ପ୍ରକାଶ ପାଇଛି। 

HL7. ଆଜିଠାରୁ କଳାହାଣ୍ଡି ଜିଲ୍ଲାର ଯାଦବ ସମ୍ପ୍ରଦାୟଙ୍କ ଭୋଟ୍‍କୁ ଅକ୍ତିଆର କରିବା ଲାଗି ପୂର୍ବତନ ଯାଦବ ମହାସଭାର ସଭାପତି ତଥା ବିଜେପି ନେତା ଦୀନେଶ ଯାଦବ ଓଡ଼ିଶାରେ ଡେରା ପକାଇଛନ୍ତି। କଳେ ବଳେ କୌଶଳେ ଏଠାର ସବୁ ସମ୍ପ୍ରଦାୟଙ୍କ ଭୋଟ୍‍କୁ ଅକ୍ତିଆର କରି ନିଜର ସତ୍ତା ଜାହିର ରଖିବାକୁ ଚଜାହିଁଛି। ଯାହେତୁ ବିଜେଡି ଏଠାରୁ ଲମ୍ବୋଦର ନିଆଲଙ୍କୁ ପ୍ରାର୍ଥୀ କରି ଯାଦବ ଭୋଟ୍‍କୁ ନିଜ କବ୍‍ଜାକୁ ନେବ ବୋଲି  ଚିନ୍ତା କରିଥିଲା ତାହାକୁ ନିଜ ଆଡ଼କୁ ମୋଡ଼ିବା ଲାଗି  ବିଜେପି ରାଷ୍ଟ୍ରୀୟସ୍ତରରେ ଏହି ପଦକ୍ଷେପ ନେଇଥିବା ଚର୍ଚ୍ଚା ହେଉଛି।

HL8.ଏପ୍ରିଲ୍‍ ମାସରେ ଓଡ଼ିଶା ଦେଶର ସବୁଠାରୁ ଗରମ ରାଜ୍ୟ ଭାବେ ପରିଗଣିତ ହୋଇଛି। ଏହି ମାସରେ ରାଜ୍ୟରେ ୧୮ ଦିନ ହିଟ୍‍ ଓ୍ୱେଭ ପ୍ରବାହିତ ହୋଇଛି। ଓଡ଼ିଶା ତଳକୁ ରହିଛି ପଶ୍ଚିମବଙ୍ଗ। ସମୁଦ୍ରରୁ ବାୟୁ  ଚଳାଚଳ ନହେବା ଏବଂ ସ୍ଥଳ ଭାଗରୁ ଗରମ ପବନ ପ୍ରବାହିତ ହେବା କାରଣରୁ ଏପରି ପରିସ୍ଥିତି ସୃଷ୍ଟି ହୋଇଛି। ୨୦୦୯ ମସିହାରୁ ୨୦୨୪ ଯାଏ ପରିସଂଖ୍ୟାନକୁ ଦେଖିଲେ, ୨୦୨୪ ପୂର୍ବରୁ ୨୦୧୯ରେ ସର୍ବାଧିକ ୨୩ଦିନ ହିଟ୍‍ଓ୍ୱେଭ୍‍ ପ୍ରବାହିତ ହୋଇଥିବା ବେଳେ ୨୦୧୬ ମସିହାରେ ୨୧ଥର ହିଟ୍‍ ଓ୍ୱେଭ୍‍ ପ୍ରବାହିତ ହୋଇଥିଲା। ଆସନ୍ତା ମେ ମାସରେ ମଧ୍ୟ ୫ରୁ ୭ ଦିନ ହିଓ୍ୱଟ୍‍ଓ୍ୱେଭ୍‍ ପ୍ରବାହିତ ହୋଇପାରେ ବୋଲି ଭାରତ ପାଣିପାଗ ବିଭାଗର ମହାନିର୍ଦ୍ଦେଶକ ଡ. ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି।

HL9.ଭାରତୀୟ ନୌସେନାକୁ ଅଧିକ ଶକ୍ତିଶାଳୀ କରିବା ତଥା ଲକ୍ଷ୍ୟ ଭେଦକୁ ସହଜ କରିବା ଲାଗି ପ୍ରତିରକ୍ଷା ଗବେଷଣା ପ୍ରତିଷ୍ଠାନ (ଡିଆରଡିଓ) ପକ୍ଷରୁ ସ୍ମାର୍ଟ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ କରାଯାଇଛି। ଓଡ଼ିଶା ଉପକୂଳ ଅବ୍ଦୁଲ୍‍ କଲାମ୍‍ ଉତକ୍ଷେପଣ କେନ୍ଦ୍ରରୁ ଏହି କ୍ଷେପଣାସ୍ତ୍ର ପରୀକ୍ଷା କରାଯାଇଥିଲା। ସମୁଦ୍ର ମଧ୍ୟରେ ଯୁଦ୍ଧାସ୍ତ୍ରକୁ ଏହି ବ୍ୟବସ୍ଥା ଦ୍ୱାରା ଅଧିକ ଚତୁରତାର ସହ ନଷ୍ଟ କରିହେବ। ଏହା ଏକ ହାଲୁକା କ୍ଷେପଣାସ୍ତ୍ର ହୋଇଥିବାରୁ ଏହାକୁ ପରିବହନ କରିବା ସହଜସାଧ୍ୟ ବୋଲି ଡିଆରଡିଓ ସୂଚନା ଦେଇଛି।  

HL10. ଅସହ୍ୟ ଗରମ ପରେ ହଠାତ୍‍ କାଳ ବୈଶାଖୀ ଏବେ ବିମାନ ଚଳାଚଳ ପାଇଁ ବିପଜ୍ଜନକ ହୋଇଛି। ବୁଧବାର ଦିନ ଭିସ୍ତାରର ଏକ ବିମାନ ଭୁବନେଶ୍ୱରରୁ ଉଡ଼ାଣ ଆରମ୍ଭ କରିବାର ୧୦ ମିନିଟ ପରେ କୁଆପଥର ମାଡର ଶିକାର ହେବାରୁ ତାର ଜରୁରୀ ଅବତରଣ କରାଯାଇଥିଲା। ସେହିପରି ଦିଲ୍ଲୀ ଓ ମୁମ୍ବାଇରୁ ଆସୁଥିବା ଦୁଇଟି ବିମାନକୁ ମଧ୍ୟ ଭୁବନେଶ୍ୱର ପରିବର୍ତ୍ତେ କୋଲକତାରେ ଜରୁରୀ ଅବତରଣ କରାଯାଇଥିବା ସୂଚନା ମିଳିଛି।