Top 10 News: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର
Advertisement
Article Detail0/zeeodisha/odisha2251461

Top 10 News: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର

Naveen’s Roadshow: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସମ୍ବଲପୁର ଗସ୍ତରେ ଯିବେ। ଦିନ ୧୧ଟା ୪୫ରେ ସେ ସମ୍ବଲପୁରର ଅଇଁଠାପାଲିଠାରେ ପ୍ରଥମ ସଭାରେ ଯୋଗ ଦେବେ। ସେ ମଧ୍ୟାହ୍ନ ୧୨ଟାରେ ନାକଟି ଦେଉଳ ରେ ଉଦବୋଧନ ଦେବେ।

Top 10 News: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର

H.1.Naveen’s Roadshow: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସମ୍ବଲପୁର ଗସ୍ତରେ ଯିବେ। ଦିନ ୧୧ଟା ୪୫ରେ ସେ ସମ୍ବଲପୁରର ଅଇଁଠାପାଲିଠାରେ ପ୍ରଥମ ସଭାରେ ଯୋଗ ଦେବେ। ସେ ମଧ୍ୟାହ୍ନ ୧୨ଟାରେ ନାକଟି ଦେଉଳ ରେ ଉଦବୋଧନ ଦେବେ। ସମ୍ବଲପୁରରେ ତୃତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ କରାଯିବ। ୨୫ରେ ଏଠାରେ ନିର୍ବାଚନ ସ୍ଥିର କରାଯାଇଛି। ଗତକାଲି ସନ୍ଧ୍ୟାରେ ନବୀନ ଭୁବନେଶ୍ୱରଠାରେ ରୋଡ୍‍ ଶୋ’ ରେ ଯୋଗ ଦେଇଥିଲେ।

H.2. Accident news Achayra Vihar:  ଭୁବନେଶ୍ୱର ଆଚାର୍ଯ୍ୟ ବିହାରଠାରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ ହାଇଓ୍ୱା ବାଇକ୍‍ ଆରୋହୀଙ୍କୁ ଧକ୍କା ଦେବା ଫଳରେ ଜଣଙ୍କ ମୃତ୍ୟୁ ଘଟିଛି। ଅନ୍ୟ ଜଣେ ଆହତ ହୋଇଛନ୍ତି। ଆଚାରତ୍ଯ୍ୟ ବିହାର ଫ୍ଲାଇଓଭା ଉପରେ ଏହି ଦୁର୍ଘଟଣା ଘଟିଛି।

H.3. Hemamalini’s  Road Show: ଆଜି ସାଂସଦ ତଥା ବଲିଉଡ ଅଭିନେତ୍ରୀ ହେମା ମାଲିନୀ ଭୁବନେଶ୍ୱର ଆସୁଛନ୍ତି। ସେ ବିଜେପିର ସାଂସଦ ଓ ବିଧାୟକଙ୍କ ପାଇଁ ପ୍ରଚାର କରିବେ। ଭୁବନେଶ୍ୱରର ସାଲିଆ ସାହି, ପିପିଲି ଏବଂ କଟକର କିଶୋର ନଗରଠାରେ ନିର୍ବାଚନ ପ୍ରଚାର କରିବେ। ଭୁବନେଶ୍ୱରର ସବୁଠାରୁ ବଡ଼ ବସ୍ତି ସାଲିଆସାହିରେ ସେ ସାଢ଼େ ୧୦ଟାରେ ରୋଡ୍‍ ଶୋ କାର୍ଯ୍ୟକ୍ରମ ରହିଛି। ତାଙ୍କ ସହ ଅପରାଜିତା ଷଡ଼ଙ୍ଗୀ ଏବଂ ବିଧାୟକ ପ୍ରାର୍ଥୀ ପ୍ରିୟଦର୍ଶୀ ମିଶ୍ର ଯୋଗ ଦେବେ। ଏହାପରେ ସେ ପିପିଲିଠାରେ ପ୍ରଚାର କରିବେ।

H.4. Two BJP Leaders Back to BJD: ବିଜେପିର ନୀଳଗିରି ପ୍ରାର୍ଥୀ ହୋଇଥିବା ରାଜେନ୍ଦ୍ର କୁମାର ଦାସ  ଏବଂ ସତ୍ୟବାଦୀର ପୂର୍ବତନ ବିଧାୟକ ରମାରଞ୍ଜନ ବଳିଆର ସିଂହ ବିଜେଡି ଫେରିଛନ୍ତି। ନିର୍ବାଚନରେ ଟିକଟ ନମିଳିବାରୁ ସେମାନେ ଏହି ପଦକ୍ଷେପ ନେଇଥିବା ସୂଚନା ମିଳିଛି। ବିଜେପି ରାଜେନ୍ଦ୍ର ଦାସଙ୍କୁ ଟିକଟ ଦେଇ ଫେରାଇ ନେଇଥିଲା।

H. 5. Poll Violence: ଗଞ୍ଜାମର ଖଲିକୋଟ ସ୍ଥିତ ଶ୍ରୀକୃଷ୍ଣ ଶରଣପୁର ରାଜନୀତିକ ହିଂସା ପରବର୍ତ୍ତୀ ଉତ୍ତେଜନା ଜାରି ରହିଛି। ଏହି ଘଟଣାରେ ଜଣଙ୍କ ଜୀବନ ଯାଇଛି ୮ଜଣ ଆହତ ହୋଇଛନ୍ତି। ପୋଷ୍ଟରମରାକୁ କେନ୍ଦ୍ରକରି ଏହି ହିଂସା ସୃଷ୍ଟି ହୋଇଥିଲା।ପୁଲିସ ୧୪୪ ଧାରା ଜାରି କରିଛି। ସେହିପରି ଜିଲ୍ଲାର ପୋଲସରାରେ ମଧ୍ୟ ନିର୍ବାଚନୀ ହିଂସା ଘଟିଛି। ଜଣେ ବିଜେଡି ନେତା ଗଣେଶ ଖଟେଇଙ୍କୁ ଗୁଳି କରାଯାଇଥିବା ଅଭିଯୋଗ ହୋଇଛି।

H.6.TitlaGagh BJP MLA Candidate attacked: ଟିଟିଲାଗଡ଼ରେ ମଧ୍ୟ ନିର୍ବାଚନୀ ହିଂସା ଦେଖିବାକୁ ମିଳିଛି। ବିଜେପିର ବିଧାୟକ ପ୍ରାର୍ଥୀ ନବୀନ ଜୈନଙ୍କ ଉପରେ ଆକ୍ରମଣ ହୋଇଛି। ଏହାଙ୍କ ଦୁଇ ସମର୍ଥକଙ୍କୁ ମଧ୍ୟ ଅପହରଣ କରାଯାଇଥିବା ଅଭିଯୋଗ ହୋଇଛି। ସେମାନେ ହେଲେ ଡୋଳାମଣି ବସ୍ତିଆ ଓ ଲବେନ୍ଦ୍ର ।  ଏହାର ପ୍ରତିବାଦରେ ଟିଟିଲାଗଡ଼ ଥାନା ଘେରାଉ କରିଥିଲେ ନବୀନ ଜୈନ ଓ ସମର୍ଥକ।

H.7. Explosion near BJD Office: ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ଦେଖିବାକୁ ମିଳିଛି ନିର୍ବାଚନୀ ହିଂସା। ନୂଆପଲ୍ଲିର ଗଡ଼ସାହିଠାରେ ବିଜେଡି କାର୍ଯ୍ୟାଳୟ ସମ୍ମୁଖରେ ବିସ୍ଫୋରଣ ଘଟିଛି। କିଛି ଦୁର୍ବୃତ୍ତ ଏପରି ବୋମା ମାଡ଼ କରି ଚାଲିଯାଇଥିବା ଅଭିଯୋଗ ହୋଇଛି। ଏହି ସମୟରେ ବିଜେଡି କର୍ମୀମାନେ ବୈଠକ କରୁଥିଲେ। ନୂଆପଲ୍ଲୀ ଥାନା ପୁଲିସ ଏହାର ତଦନ୍ତ କରୁଛି।

H.8.Heat wave to return: ରାଜ୍ୟରେ ୧୯ ତାରିଖ ଯାଏ କାଳ ବୈଶାଖି ଜାରି ରହିବ। ଏଥିଲାଗି ଗରମରୁ ସାମାନ୍ୟ ଆଶ୍ୱସ୍ତି ମିଳିପାରେ। କିନ୍ତୁ ୨୦ ତାରିଖରୁ ରାଜ୍ୟର ବିଭିନ୍ନ ସ୍ଥାନରେ ହିଟ୍‍ ଓ୍ୱେଭ୍‍ ଫେରିବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି। ବିଶେକରି ପଶ୍ଚିମ, କେନ୍ଦ୍ର ଓ ଉତ୍ତର ଓଡ଼ିଶାରେ ପରିସ୍ଥିତି ସାଂଘାତିକ ହୋଇପାରେ। ପ୍ରାୟ ୪ରୁ ୫ ଡିଗ୍ରୀ ତାପମାତ୍ରା ବଢ଼ିପାରେ।

H.9.Digital Certificate Awareness: ଆସନ୍ତାକାଲିଠାରୁ ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଡିଜିଟାଲ୍‍ ପ୍ରମାଣପତ୍ର ବାବଦରେ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ ହେବ। ଏବର୍ଷ ପ୍ରଥମଥର ପାଇଁ ମ୍ୟାଟ୍ରିକ୍‍ ମଧ୍ୟମା ପରୀକ୍ଷାର୍ଥୀଙ୍କୁ ଡିଜିଟାଲ୍‍ ପ୍ରମାଣପତ୍ର ପ୍ରଦାନ କରିବ ବୋର୍ଡ। ଏଥିଲାଗି ବୋର୍ଡକୁ ପରୀକ୍ଷାଫଳ ପ୍ରକାଶନରେ ବିଳମ୍ବ ହେଉଥିବା ପରିଲକ୍ଷିତ ହୋଇଛି। ତେବେ ଶେଷ ସପ୍ତାହରେ ପରୀକ୍ଷାଫଳ ପ୍ରକାଶ ପାଇବ ବୋଲି ସଳଚନା ମିଳିଛି। ପ୍ରାୟ ୫ ଲକ୍ଷ ୫୧ ହଜାର ୬୧୧ ଜଣ ପରୀକ୍ଷାର୍ଥୀ ଏଥର ମ୍ୟାଟ୍ରିକ୍‍ ପରୀକ୍ଷା ଦେଇଥିଲେ।

H.10. Now ED needs warrant before arrest under PMLA: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଗିରଫତାରୀ ଉପରେ କଟକଣା ଜାରି କରିଛନ୍ତି ସୁପ୍ରିମ୍‍ କୋର୍ଟ। ଏଣିକି ବିନା ଅଦାଲତ ଅନୁମତିରେ କୌଣସି ଅଭିଯୁକ୍ତଙ୍କୁ ଇଡି ଗିରଫ କରିପାରିବ ନାହିଁ ବୋଲି ସୁପ୍ରିମକୋର୍ଟ ଦର୍ଶାଇଛନ୍ତି। ପୂର୍ବରୁ ପିଏମ୍‍ଏଲ୍‍ଏ ବା ବେଆଇନ ଅର୍ଥ କାରବାର ନିରୋଧ ଆଇନ ବଳରେ ଯେ କୌଣସି ସମୟରେ ଅଭିଯୁକ୍ତଙ୍କୁ ଗିରଫ କରୁଥିଲା। କିନ୍ତୁ ଏହି କ୍ଷମତାର ଦୁରୂପୋଯୋଗ ହେଉଥିବା କାରଣରୁ କୋର୍ଟ ଏପରି ରୁଲିଂ ଦେଇଥିବା କୁହାଯାଉଛି।