Heat Wave: ୪୬ ଡିଗ୍ରୀ ଟପିଲା ତାପମାତ୍ରା, ଓଡ଼ିଶାର ସବୁଠୁ ଉତ୍ତପ୍ତ ସହର...
Advertisement
Article Detail0/zeeodisha/odisha2229969

Heat Wave: ୪୬ ଡିଗ୍ରୀ ଟପିଲା ତାପମାତ୍ରା, ଓଡ଼ିଶାର ସବୁଠୁ ଉତ୍ତପ୍ତ ସହର...

Weather Update: ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ଲହରୀ। ପ୍ରଚଣ୍ତ ରୌଦ୍ରତାପରେ ପୂରା ଓଡି଼ଶା ଜଳୁଛି।  ଉପକୂଳ ଠାରୁ  ଉପାନ୍ତ ଯାଏଁ ସବୁଠି ଟାଣ ଖରା। ଆଜି ମଧ୍ୟ ରାଜ୍ୟରେ ଗ୍ରୀଷ୍ମର ପ୍ରକୋପ ଦେଖିବାକୁ ମିଳିଛି। ଆଜି ଦିନ ୧୧ ଟା ୩୦ ସୁଦ୍ଧା ୪୬ ଡିଗ୍ରି ଟପିଛି ତାପମାତ୍ରା।

ପାଣିପାଗ ବିଭାଗ ଜାରି କରିଥିବା ସୂଚନା ଅନୁଯାୟୀ, ଆଜି ବାରିପଦାରେ ୪୬.୦୦ ଡିଗ୍ରୀ ସହ ସର୍ବାଧିକ ତାପମାତ୍ରା ରେକର୍ଡ କରାଯାଇଛି। ସେହିପରି ଝାରସୁଗୁଡାରେ ୪୧.୩ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି। ଭୁବନେଶ୍ୱରରେ ୪୧.୨ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଥିବା ବେଳେ ସମ୍ବଲପୁରରେ ୪୦.୬ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି। ହୀରାକୁଦରେ ୪୦.୪ ଡିଗ୍ରୀ ଓ କେନ୍ଦୁଝରରେ ୪୦ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି। ସେହିପରି ରାଉରକେଲାରେ ୩୯.୬ ଡିଗ୍ରୀ ଓ ବାଲେଶ୍ୱରରେ ୩୯.୫ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି। ପାରାଦୀପରେ ୩୪.୭ ଡିଗ୍ରୀ ଓ ପୁରୀରେ ୩୩.୮ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି।

 ସେପଟେ ମେ-୨ ତାରିଖ ପରେ ପାଣିପାଗରେ ସାମାନ୍ୟ ପରିବର୍ତ୍ତନ ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ୨ ଓ ୩ ତାରିଖ ପାଇଁ ଅରେଞ୍ଜ ଓ୍ବାର୍ଣ୍ଣିଂ ଜାରି ହୋଇଛି। ତାପମାତ୍ରାରେ କିଛିଟା ହ୍ରାସ ହେବା ନେଇ ପୂର୍ବାନୁମାନ କରାଯାଇଛି। ସେହିପରି ସିଭିୟର ହିଟ୍ ଓ୍ବେଭ୍ ନେଇ ୯ ଜିଲ୍ଲାକୁ ଓ୍ବାର୍ଣ୍ଣିଂ ଜାରି କରାଯାଇଛି। ସେହି ଜିଲ୍ଲା ଗୁଡିକ ହେଲା ଖୋର୍ଦ୍ଧା, ଭଦ୍ରକ, ବାଲେଶ୍ବର, ମୟୂରଭଂଜ,କେନ୍ଦୁଝର, ଢେଙ୍କାନାଳ ,ବୌଦ୍ଧ, ଅନୁଗୁଳ ଓ କଟକ।  ବୌଦ୍ଧ, ନୟାଗଡ, ଅନୁଗୁଳ,ଢେଙ୍କାନାଳ,  ଜିଲ୍ଲାରେ ତାତି ପୁଣି ଥରେ ୪୫ ଡିଗ୍ରୀ ଅତିକ୍ରମ କରିପାରେ। ସେଥିପାଇଁ ଏହି ଜିଲ୍ଲା ଗୁଡିକୁ ମଧ୍ୟ ରେଡ୍ ଓ୍ବାର୍ଣ୍ଣିଂ ଜାରି କରାଯାଇଛି।