Weather Update: ଭୀଷଣ ହେଉଛି ଗ୍ରୀଷ୍ଣକୋପ, ଆଜି ଏହି ସବୁ ଜିଲ୍ଲାକୁ ହିଟ୍ ଓ୍ବେଭ୍ ନେଇ ଆଲର୍ଟ ଜାରି!
Advertisement
Article Detail0/zeeodisha/odisha2230768

Weather Update: ଭୀଷଣ ହେଉଛି ଗ୍ରୀଷ୍ଣକୋପ, ଆଜି ଏହି ସବୁ ଜିଲ୍ଲାକୁ ହିଟ୍ ଓ୍ବେଭ୍ ନେଇ ଆଲର୍ଟ ଜାରି!

Weather Update: ରାଜ୍ୟରେ ଜାରି ରହିଛି ପ୍ରବଳ ଗ୍ରୀଷ୍ମ ପ୍ରବାହ । କିନ୍ତୁ ଏହାରି ଭିତରେ ଗତକାଲି ରାଜ୍ୟର କିଛି ସ୍ଥାନରେ ବିଶେଷ କରି କଟକ , ଭୁବନେଶ୍ବର ସମେତ କେତେକ ସ୍ଥାନରେ କାଳବୈଶାଖି ବର୍ଷା ହୋଇଥିଲା। ଏହି କାଳବୈଶାଖି ବର୍ଷା କିଛି ପରିମାଣରେ ରାଜ୍ୟବାସୀଙ୍କୁ ଆଶ୍ବସ୍ତି ଦେଇଥିଲା। କିନ୍ତୁ ଗତକାଲି ରାଜ୍ୟର ସବୁଠାରୁ ଉତ୍ତପ୍ତ ସହର ପାଲଟିଥିଲା ତାଳଚେର । 

 Weather Update: ଭୀଷଣ ହେଉଛି ଗ୍ରୀଷ୍ଣକୋପ, ଆଜି ଏହି ସବୁ ଜିଲ୍ଲାକୁ ହିଟ୍ ଓ୍ବେଭ୍ ନେଇ ଆଲର୍ଟ ଜାରି!

Weather Update: ରାଜ୍ୟରେ ଜାରି ରହିଛି ପ୍ରବଳ ଗ୍ରୀଷ୍ମ ପ୍ରବାହ । କିନ୍ତୁ ଏହାରି ଭିତରେ ଗତକାଲି ରାଜ୍ୟର କିଛି ସ୍ଥାନରେ ବିଶେଷ କରି କଟକ , ଭୁବନେଶ୍ବର ସମେତ କେତେକ ସ୍ଥାନରେ କାଳବୈଶାଖି ବର୍ଷା ହୋଇଥିଲା। ଏହି କାଳବୈଶାଖି ବର୍ଷା କିଛି ପରିମାଣରେ ରାଜ୍ୟବାସୀଙ୍କୁ ଆଶ୍ବସ୍ତି ଦେଇଥିଲା। କିନ୍ତୁ ଗତକାଲି ରାଜ୍ୟର ସବୁଠାରୁ ଉତ୍ତପ୍ତ ସହର ପାଲଟିଥିଲା ତାଳଚେର । ସେଠାରେ ତାପମାତ୍ରା ୪୫ ଡିଗ୍ରୀ ରେକର୍ଡ କରାଯାଇଛି । ୨୮ ସହରରେ ତାପମାତ୍ରା ୪୧ ଡିଗ୍ରୀ ରୁ ଅଧିକ ରେକର୍ଡ କରାଯାଇଛି।  ଏହା ସହ  ୧୫ ସହରର ତାପମାତ୍ରା ୪୩ ଡିଗ୍ରୀରୁ ଅଧିକ ରେକର୍ଡ ହୋଇଛି। ପାଣିପାଗ ବିଭାଗରୁ ମିଳିଥିବା ସୂଚନା ଅନୁସାରେ, ବୌଦ୍ଧ ଓ ଟିଟିଲାଗଡ଼ ୪୪.୫ ଡିଗ୍ରୀ, ନୂଆପଡ଼ାରେ ୪୪.୪, ଅନୁଗୁଳ ଓ ଝାରସୁଗୁଡ଼ାରେ ୪୪.୩ ଡିଗ୍ରୀ ରେକର୍ଡ କରାଯାଇଛି । 

ALSO READ: Today Horoscope: ସତର୍କ ରୁହନ୍ତୁ ଏହି ସବୁ ରାଶି, ଜାଣନ୍ତୁ ଆଜିର ରାଶିଫଳ

ସେପଟେ, ଆଜି ମଧ୍ୟ ରାଜ୍ୟରେ ତାତି ଅନୁଭୂତ ହେବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି।  ଏନେଇ କିଛି ଜିଲ୍ଲାକୁ ହିଟ୍ ଓ୍ବେଭ୍ ଜାରି କରାଯାଇଛି।ସେହି ଜିଲ୍ଲା ଗୁ଼ଡିକ ହେଲା,ସୋନପୁର,ନୂଆପଡା,ବୌଦ୍ଧ,କଳାହାଣ୍ଡି,ମୟୂରଭଞ୍ଜ ,ସମ୍ବଲପୁର,ଅନୁଗୁଳ, ଝାରସୁଗୁଡ଼ା, ଢେଙ୍କାନାଳ, କେନ୍ଦୁଝର ଓ ସୁନ୍ଦରଗଡ଼। ଆସନ୍ତା ପାଞ୍ଚ ଦିନ ପର୍ଯ୍ୟନ୍ତ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିବ । ବିଶେଷ କରି, ଆଉ ୨ ଦିନ ପର୍ଯ୍ୟନ୍ତ ଗ୍ରୀଷ୍ମପ୍ରବାହ ପୂର୍ବ ପରି ଜାରି ରହିବ । କାଳବୈଶାଖୀ ବର୍ଷା ପ୍ରଭାବରେ ୭ ତାରିଖ ବେଳକୁ ସାରା ରାଜ୍ୟରେ ତାତି ୩ ରୁ ୪ ଡିଗ୍ରୀ କମିବା ନେଇ ସୂଚନା ଦେଇଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଭାଗ ।